ଦୟାକର ଦୀନବନ୍ଧୁ ସୁଖେ ଯାଉ ଆଜଦିନ
କରଯୋଡି ତୁମ୍ଭପଦେ କରୁଅଛି ନିବେଦନ
Dayakara Dinabandhu Sukhe Jaau Ajadina
Written by- ରାମକୃଷ୍ଣ Ramakrushna
Type- Sri Jagannath Bhajan
ଓଡ଼ିଆ ଶ୍ରୀ ଜଗନ୍ନାଥ ଭଜନ ଓ ଭକ୍ତି ଗୀତ
Singer in the Video- Umakant Mishra
Key word- ଶ୍ରୀ ଜଗନ୍ନାଥ, Jagannath Bhajan, Odia Bhajan,
Odia Bhaktigita, Devotional song,
Lyrics of the song:
ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ
କର ଯୋଡ଼ି ତୁମ୍ଭ ପାଦେ କରୁଅଛି ନିବେଦନ
ଦୟାକର ଦୀନବନ୍ଧୁ
ଅନାଦି ଅନନ୍ତ ହରି କ୍ଷୀର ସାଗର ବିହାରୀ
ଲକ୍ଷ୍ମୀଦେବୀ ମନୋହାରୀ ପ୍ରଭୁ ପତିତପାବନ
ଦୟାକର ଦୀନବନ୍ଧୁ
ଜଗଜ୍ଜନ ହିତକାରୀ ଦଶ ଅବତାରଧାରୀ
ମଧୁସୂଦନ ମୁରାରି କାଳୀୟ ଦର୍ପଗଞ୍ଜନ
ଦୟାକର ଦୀନବନ୍ଧୁ
ଯେଣେ ଚକ୍ଷୁ ପଡ଼େ ଚାହିଁ ତୁମ୍ଭ କୀର୍ତ୍ତି ବିରାଜଇ
ଭାବି ଚିତ୍ତ ପୁଲକଇ ହେ ଭକ୍ତହୃଦ ଚନ୍ଦନ
ଦୟାକର ଦୀନବନ୍ଧୁ
ତୁମେ ଏ ସଂସାରେ ସାର ଆଉ ସବୁ ମାୟା ଘୋର
କୃତାନ୍ତଭୟୁ ଉଦ୍ଧର କହେ ରାମକୃଷ୍ଣ ଦୀନ
ଦୟାକର ଦୀନବନ୍ଧୁ
Thank you for reading my blog. Hope you enjoyed the video. Please view my other videos at Umakant’s Youtube or at Soubhagya’s Youtube channel. If you like my videos then please subscribe to the YouTube channel.